ରାଜ୍ୟରେ ଯାତ୍ରା, ଅପେରା, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି ଆୟୋଜନ ପାଇଁ ଅନୁମତି

ଭୁବନେଶ୍ୱର-ରାଜ୍ୟରେ ଯାତ୍ରା, ଡ୍ରାମା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଥିବା କଟକଣା ହଟିବ । ଏ ନେଇ ନୂଆ ଗାଇଡଲାଇନ ଆଜିଠାରୁ ଲାଗୁ ହେବ । ଏସଆରସି ଏହି ସୂଚନା ଦେଇଛନ୍ତି । ଏସବୁ କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ହେବ । ଏଥିପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଏସପିଙ୍କ ଅନୁମତି ନେବାକୁ ହେବ ।

ଖୋଲା ପଡ଼ିଆରେ ସାମାଜିକ ଦୂରତା ରକ୍ଷା କରି ଦୁଇ ହଜାର ଲୋକ ବସି ପାରିବେ । ଅନଲାଇନ ଓ ଅଧିକ କାଉଂଟର କରି ଟିକେଟ ବିକ୍ରି କରି ହେବ ‌‌। ଆବଦ୍ଧ କୋଠରୀରେ 50 ପ୍ରତିଶତ ଦର୍ଶକ ପାଇଁ ଅନୁମତି ରହିଛି ।

Comments are closed.