ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦିନକର ଶିଶୁ କନ୍ୟା ଚୋରି ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ । ଗତକାଲି ଜନ୍ମିତ ଶିଶୁ କନ୍ୟାର ପତ୍ତା ମିଳୁନାହିଁ । ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ବି ଦିନକର ଶିଶୁକନ୍ୟାଟିର ପତ୍ତା ମିଳିନାହିଁ । ପୋଲିସ ତଦନ୍ତ ଆରମ୍ଭ ହୋଇଛି । ହସପିଟାଲର ସିସିଟିଭି ଫୁଟେଜ ଯାଂଚ କରିଛି ପୋଲିସ ।

ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ଗତକାଲି ମେଡିକାଲରେ ସକାଳ ୯ଟାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ଆଜି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ଶାଶୁ ଶିଶୁକନ୍ୟାକୁ ଧରିଥିଲେ । କିନ୍ତୁ ଜଣେ ମହିଳା କନ୍ୟା ସନ୍ତାନଟିକୁ ଧରିବା ପାଇଁ କହି ଶାଶୁଙ୍କଠାରୁ ତାକୁ ନେଇ କୁଆଡେ ଉଭେଇ ଯାଇଥିଲେ । ଏହି ଘଟଣା

Comments are closed.