ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାଜ୍ୟରେ ବିଜେଡିର ତିନିଦିନିଆ ଆନ୍ଦୋଳନ

ଭୁବନେଶ୍ୱର – ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାଜ୍ୟରେ ଶାସକ ବିଜେଡିର ତିନିଦିନିଆ ଆନ୍ଦୋଳନ । ଆଜି କଟକ ଆରଡିସି ଅଫିସ ଘେରିବ ବିଜେଡି ଛାତ୍ର, ଯୁବ ଓ ମହିଳା ସଂଗଠନ । କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନର ସବୁ ବ୍ଲକରେ ମଧ୍ୟ ଆନ୍ଦୋଳନ ହେବ । ଆସନ୍ତାକାଲି ସମ୍ବଲପୁର ଓ ୨୪ ତାରିଖରେ ବ୍ରହ୍ମପୁର ଆରଡିସି ଡିଭିଜନରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି ଦଳ । ଗ୍ୟାସ ଦର ବୃଦ୍ଧି ବିରୋଧରେ ତୃଣମୂଳ ସ୍ତରରେ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Comments are closed.