ବରଗଡ ଡିଏସଡବ୍ଲୁଓ ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ – ଭିଜିଲାନ୍ସ ରାଡାରରେ ଆଉ ଜଣେ ସରକାରୀ ଅଧିକାରୀ । ବରଗଡ ଡିଏସଡବ୍ଲୁଓ ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢାଉ ହୋଇଛି । ଏ ପର୍ଯ୍ୟନ୍ତ ନଗଦ ୩ ଲକ୍ଷ ୫୪ ହଜାର ଟଙ୍କା ସହ ବହୁ କାଗଜପତ୍ର ଓ ଅଳଙ୍କାର ଜବତ ହୋଇଛି । ଡିଏସଡବ୍ଲୁ ଅଫିସରେ ବି ଚଢାଉ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ । ବରପାଲିରେ ଚନ୍ଦ୍ରା ସାହୁଙ୍କ ରହିଛି ୨ ମହଲା କୋଠା ।

Comments are closed.