ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ସଚେତନତା କର୍ଯ୍ୟକ୍ରମ

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ଗୋଠ ଗ୍ରାମପଂଚାୟତଓ ଧରାକୋଟ ବ୍ଲକ ଅନ୍ତର୍ଗତ ବଳରାମପୁର, ସବା ପଞ୍ଚାୟତରେ ଆଜି ପ୍ରଶାସନ ପକ୍ଷରୁ ଗଞ୍ଜେଇ ଚାଷ ନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି |

ଜିଲ୍ଲା ପ୍ରଶାସନ, ବନ ଓ ଅବକାରୀ ବିଭାଗ ଅଞ୍ଚଳରୁ ଗଞ୍ଜେଇ ଚାଷ ବନ୍ଦ କରିବାକୁ ମିଳିତ ଭାବେ ଅଣ୍ଟା ଭିଡିଛନ୍ତି | ଏନେଇ ଆଖପାଖ ଦୁର୍ଗମ ଇଲାକାର ଲୋକଙ୍କୁ ସଚେତନ କରାଇଛନ୍ତି | ଏହି ଦୁର୍ଗମ ଇଲାକା ରେ ଗଞ୍ଜେଇ ମାଫିଆ ମାନେ ହେକ୍ଟର ସଂଖ୍ୟାରେ ଗଞ୍ଜେଇ ଚାଷ ହୋଇ ଥାଏ ଯାହା ଅବକାରୀ ବିଭାଗ ଏବଂ ପୋଲିସକୁ ବହୁତ କଷ୍ଟ କରି ସେସବୁକୁ ନଷ୍ଟ କରାଯାଇଥାଏ ।

ତେଣୁ ଆଜି ବଡଗଡ଼ ପୋଲିସ ଇନସପେକ୍ଟର ସୁରଜ କୁମାର ଝାଙ୍କରଙ୍କ ତତ୍ତ୍ବାବଧାନରେ ସୋରଡ଼ା ବିଡିଓ, ତହସିଲଦାର ଓ ଧରାକୋଟ ବ୍ଲକ ବିଡିଓ, ତହସିଲଦାର ବଡ଼ଗଡା ପୋଲିସ, ସୋରଡ଼ା ପୋଲିସ ଏବଂ ଅବକାରୀ ବିଭାଗର ଡିଏସପି ଅଭିରାମ ବେହେରା ଉପସ୍ଥିତ ରହି ଅଂଚଳବାସୀଙ୍କୁ ଏହି ଗଞ୍ଜେଇ ଚାଷ ନକରିବା ଏବଂ ମାଫିଆଙ୍କୁ ସହଯୋଗ ନ କରିବା ପାଇଁ ପ୍ରର୍ବତ୍ତାଇଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଏବଂ ଆଖପାଖରୁ ବହୁ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ l

Comments are closed.