ଚାଞ୍ଚଲ୍ୟକର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲା : ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ | News Room Odisha

ଚାଞ୍ଚଲ୍ୟକର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲା : ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର- ରାଜଧାନୀର ଚାଂଚଲ୍ୟକର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଏସଡିଜେଏମ୍ କୋର୍ଟରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି । ୩୫୦ ପୃଷ୍ଠାର ଚାର୍ଜସିଟରେ ପ୍ରିୟଙ୍କାଙ୍କ ପ୍ରେମିକ ଜଗନ୍ନାଥ ପ୍ରଧାନକୁ ଏକମାତ୍ର ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଚାର୍ଜସିଟରେ ୫୧ ଜଣଙ୍କୁ ସାକ୍ଷୀ ରଖିଛି କମିଶନରେଟ୍ ପୋଲିସ । ସିଡିଆର୍ ରିପୋର୍ଟ ଓ ବୈଷୟିକ ପ୍ରମାଣକୁ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । କାରଣ ଜଗନ୍ନାଥଙ୍କ ହ୍ୱାଟସଆପ୍ ଓ ଫେସବୁକରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଏ ବର୍ଷ ଜୁଲାଇ ୫ ତାରିଖରେ ଜଗନ୍ନାଥ ଭୁବନେଶ୍ୱରର ଭୀମଟାଙ୍ଗିରେ ରହୁଥିବା ପ୍ରିୟଦର୍ଶିନୀଙ୍କ ଘରକୁ ଯାଇ ତାଙ୍କୁ ହତ୍ୟା କରିଥିଲେ । ଏଥିସହ ସେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେତେବେଳେ ପ୍ରିୟଦର୍ଶିନୀଙ୍କ ସ୍ୱାମୀ ଅଫିସ ଯାଇଥିଲେ । ତାଙ୍କର କୁନିପୁଅ ଘରମାଲିକ ଘରକୁ ଯାଇଥିଲା । ପ୍ରିୟଦର୍ଶିନୀଙ୍କୁ ତାଙ୍କ ସହ ପଳାଇବା ପାଇଁ ବାଧ୍ୟ କରିଥିଲେ ଜଗନ୍ନାଥ । ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିବା ସହ ଘଟଣାର ଦୃଶ୍ୟ ଭିଡିଓ କଲ୍ କରି ତାଙ୍କ ସ୍ୱାମୀଙ୍କୁ ଦେଖାଇଥିଲା ।