ଆୟ ବହିର୍ଭୂତ ସଂପତ୍ତି ମାମଲାରେ ବନ୍ଧା ହେଲେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରି ଅନେକ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ଗତ ଦୁଇ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ୪୨ ଲକ୍ଷ ଟଙ୍କା । ଅନେକ ସ୍ଥାନରେ ସନ୍ତୋଷଙ୍କ ଫ୍ଲାଟ୍‌, କୋଠା ଓ ଜମି ଠାବ କରିଥିଲା ଭିଜିଲାନ୍ସ ।

Comments are closed.