ରାଜ୍ୟରେ ଆଉ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୨୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୪ ଓ ସ୍ଥାନୀୟ ଅଞ୍ଚଳରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୫ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬, ମୟୂରଭଞ୍ଜ ଜିଲ୍ଲାରୁ ୨୧, କଟକରୁ ୧୭, ସମ୍ବଲପୁରରୁ ୧୧, ପୁରୀରୁ ୧୦, ଯାଜପୁରରୁ ୭, ଗଞ୍ଜାମରୁ ୫, ସୁନ୍ଦରଗଡରୁ ୫, କେନ୍ଦ୍ରାପଡାରୁ ୪, ଜଗତସିଂହପୁରରୁ ୪, ବଲାଙ୍ଗିରରୁ ୩, ଝାରସୁଗୁଡାରୁ ୩, କେନ୍ଦୁଝରରୁ ୩, ରାୟଗଡାରୁ ୩, ଅନୁଗୁଳରୁ ୨, ନୟାଗଡରୁ ୨, ସୋନପୁରରୁ ୨, ବାଲେଶ୍ୱରରୁ ୧, ବରଗଡରୁ ୧, ଭଦ୍ରକରୁ ୧, ଢେଙ୍କାନାଳରୁ ୧, ନବରଙ୍ଗପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୨୩ଟି ମାମଲା ଆସିଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୯ ହଜାର ୧୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୮ ହଜାର ୩୦୬ କୋରୋନାକୁ ମାତ୍ ଦେଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ରହିିଛି ୨ ହଜାର ୩୩୮ ।

Comments are closed.