ଆଜିଠାରୁ ଲାଗୁ ହେଲା ଡିସେମ୍ବର କୋରାନା ଗାଇଡଲାଇନ, ଜିରୋ ନାଇଟ ସେଲିବ୍ରେସନ ମନା

ଭୁବନେଶ୍ୱର- ଡିସେମ୍ବର କୋରୋନା ଗାଇଡଲାଇନ ଆଜିଠାରୁ ରାଜ୍ୟରେ ଲଗୁ ହୋଇଛି । ଏଥର ନୂଆବର୍ଷର ସ୍ୱାଗତ ପାଇଁ ବିଭିନ୍ନ ହୋଟେଲ, ରେଷ୍ଟୁରାଂଟ, କ୍ଲବ୍ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ହେବାକୁ ଥିବା ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି । ଭିଡ ଯୋଗୁଁ କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି । ଏପରିକି ଡିସେମ୍ବର ୩୧ ଓ ଜାନୁଆରୀ ପହିଲାରେ ପିକନିକକୁ ବାରଣ କରାଯାଇଛି ।

ରାଜ୍ୟରେ ପୂର୍ବଭଳି ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । କୋଭିଡ ମାମଲା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ପ୍ରକାର ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ ଉପରେ ବି କଟକଣା ଜାରି କରାଯାଇଛି । କୌଣସି ପ୍ରକାର ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ଓ ମେଳା ଆୟୋଜନ ହୋଇପାରିବ ନାହିଁ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ ।

Comments are closed.