ବିଧାନସଭାର ଶୀତ ଅଧିବେଶନ ଆରମ୍ଭ, ଦିବଂଗତ ସଦସ୍ୟ ଓ କୋରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦେଶ୍ୟରେ ଶୋକ, ୫ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର- ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବଂଗତ ସଦସ୍ୟ ଓ କୋରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବ ଗୃହୀତ ହେଲା ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଅପରାହ୍ନରେ ଗୃହରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରିବେ ଅର୍ଥ ମନ୍ତ୍ରୀ । ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । କୋରୋନା କଟକଣା ମଧ୍ୟରେ ଚାଲିବାକୁ ଥିବା ଅଧିବେଶନରେ ପ୍ରତିଦିନ ୫ ଘଣ୍ଟା ଗୃହକାର୍ଯ୍ୟ ହେବ ।

Comments are closed.