ମା’ ନାରାୟଣୀ ପୀଠରୁ ସୁନା ଅଳଙ୍କାର ଲୁଟ

ସାନଖେମୁଣ୍ଡି: କଙ୍କୋରଡ଼ାସ୍ଥିତ ମା’ ନାରାୟଣୀ ପୀଠରୁ ଗତକାଲି ରାତିରେ ଚୋରମାନେ ପ୍ରାୟ ୪୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଦେବୀ ମୂର୍ତ୍ତିଙ୍କ ଠାରେ ଲାଗିଥିବା ନାକର ଗୁଣା, ମଥାର ତିନିଟି ଶିରି, ଚକ୍ଷୁକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ଓ ବର୍ଷା ରାତିରେ ଲୁଟେରାମାନେ ମନ୍ଦିର କବାଟ ଭାଙ୍ଗି ଦେବୀ ମୂର୍ତ୍ତିରେ ଲାଗିଥିବା ସୁନା ଅଳଙ୍କାର ସମେତ ରୁପା ଗହଣା ଚୋରି କରି ନେଇଛନ୍ତି। ଦାନ ହୁଣ୍ଡି ତାଡିବାକୁ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନାହାନ୍ତି ଲୁଟେରା। ଆଜି

ସକାଳୁ ପୂଜାରୀ ଏହା ଦେଖି ଗ୍ରାମବାସୀ ଓ ପାଟପୁର ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପୀଠରେ ତଦନ୍ତ ଆରମ୍ଭ କରିଛି।

Comments are closed.