ସୁନ୍ଦରଗଡ ଜିଲ୍ଲାସ୍ତରୀୟ ହକି ଚମ୍ପିଆନସିପ ଉଦଯାପିତ, କୁତ୍ରା ବ୍ଲକ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମ୍ପିଆନ

ସୁନ୍ଦରଗଡ: ଗତ 12 ନଭେମ୍ବରରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ହକି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି। ଏଥିରେ କୁତ୍ରା ବ୍ଲକ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମ୍ପିୟାନ ହୋଇଛି।

ପ୍ରଥମେ ବ୍ଳକ ସ୍ତରର ଚମ୍ପିଆନ ଦଳକୁ ନେଇ ଜୋନାଲ ହକି ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଳାସ୍ତରୀୟ ହକି ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା । ଜିଲ୍ଳା ହକି ଚମ୍ପିଆନସିପରେ ମହିଳା ବର୍ଗରୁ ଲେଫ୍ରିପଡା, ନୂଆଗାଁ, କୁଆରମୁଣ୍ଡା ଓ କୁତ୍ରା ଦଳ ଓ ପୁରୁଷ ବର୍ଗ ରେ କୁତ୍ରା, ସବଡେଗା, ଲହୁଣିପଡା, ନୂଆଗାଁ ଦଳକୁ ନେଇ ଜିଲ୍ଳାସ୍ତରୀୟ ହକି ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା । ମହିଳା ବର୍ଗ ରେ ଫାଇନାଲ ଖେଳ କୁତ୍ରା ଓ କୁଆରମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ଯାଚ୍ ରେ କୁତ୍ରା ଦଳ 2-0 ଗୋଲରେ ବିଜୟୀ ହୋଇ ଚମ୍ପିଆନ ହୋଇଛନ୍ତି ।

ସେହିପରି ପୁରୁଷ ବର୍ଗ ରେ କୁତ୍ରା ଓ ସବଡେଗା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ଯାଚ୍ ରେ କୁତ୍ରା ଦଳ 9 -3 ଗୋଲରେ ବିଜୟୀ ହୋଇ ଚମ୍ପିଆନ ହୋଇଛନ୍ତି । ସୁନ୍ଦରଗଡରେ ପ୍ରଥମ ଥର ପାଇଁ ଜିଲ୍ଳା ହକି ସଂଘ ମାଧ୍ୟମରେ ଗ୍ରାମାଞ୍ଚଳ ରେ ଲୁକ୍କାୟିତ ଭାବରେ ରହିଥିବା ହକି ଖେଳାଳି ମାନଙ୍କୁ ଖୋଜି ବାହାର କରିବା ପାଇଁ ବ୍ଳକ୍ ସ୍ତରରୁ ଉଭୟ ମହିଳା ପୁରୁଷ ଦଳକୁ ନେଇ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ର 17 ଟି ବ୍ଳକରୁ 279 ଟି ଦଳ ଓ 7 ଟି ବ୍ଳକ ରୁ 22ଟି ମହିଳା ଦଳ ଯୋଗ ଦେଇଥିଲେ ।

Comments are closed.