ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧ ଦଳ

ଭୁବନେଶ୍ୱର – ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଏହାର ଜୋରଦାର ବିରୋଧ କରିଛି ଶାସକ ବିଜେଡି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଜି ବିଧାନସଭା ଭିତରେ ଓ ବାହାରେ ଶାସକ ଦଳର ବିଧାୟକମାନେ ପ୍ରତିବାଦ କରିଥିଲେ । ସେପଟେ ନୂଆଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଭେଟିଛି ବିଜେଡି ସଂସଦୀୟ ଦଳ ପ୍ରତିନିଧି ମଣ୍ଡଳ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ଦାବିପତ୍ର ପ୍ରଦାନ କରାଯାଇଛି ।

Comments are closed.