ଲାଞ୍ଚ ନେବାବେଳେ ଥାନାବାବୁ୍ଙ୍କୁ ଧରିଲା ଭିଜିଲାନ୍ସ

ଯାଜପୁର -ଲାଞ୍ଚ ନେବାବେଳେ ଧରାପଡିଲେ ଥାନାବାବୁ । ବିଞ୍ଝାରପୁର ଥାନା ଏସଆଇ ଫକୀର ମୋହନ ସିଂହଙ୍କୁ ଧରିଛି ଭିଜିଲାନ୍ସ । ଏକ ମାମଲାରେ ଗିରଫ ନ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ସେ 6000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏସଆଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଞ୍ଝାରପୁର ଓ କଟକ କନ୍ଦରପୁର ସ୍ଥିତ ତାଙ୍କ ବାସଭବନରେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଚଢ଼ାଉ କରି ଛନ୍ତି ।

Comments are closed.