ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ୱର – ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାନସଭାରେ ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆଦେଶ ବଳରେ ହିଁ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲିହେବ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌, ୧୯୬୦ର ନିୟମ ୬ (୧) ଅନୁଯାୟୀ ରତ୍ନଭଣ୍ଡାର ତାଲା ଖୋଲିପାରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Comments are closed.