ଏଫସିଆଇ ଉଷୁନା ଚାଉଳ କିଣିବା ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଲେ ବିଜେଡି ସାଂସଦ

ନୂଆଦିଲ୍ଲୀ- ଭାରତୀୟ ଖାଦ୍ୟ ନିଗମ-ଏଫସିଆଇ ଉଷୁନା ଚାଉଳ କିଣିବା ଜାରି ରଖୁ । ଏହି ପ୍ରସଙ୍ଗରେ ବିଜେଡି ସାଂସଦମାନେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ୨୪ ଲକ୍ଷ ମେଟ୍ରିକ ଟନ୍ ବଳକା ଉଷୁନା ଚାଉଳ ଏଫସିଆଇ ନ କିଣିଲେ ୧୦ ଲକ୍ଷ କୃଷକ କ୍ଷତି ସହିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦାବି ନେଇ ବିଚାର କରିବାକୁ କେନ୍ଦ୍ର ମନ୍ତ୍ରୀ ବିଜେଡି ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.