ଦୁର୍ଦ୍ଦାନ୍ତ ନକ୍ସଲ ଦୁବାଶିଙ୍କୁ ଜେରା କରିବ ଏନଆଇଏ, ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଲା ୨ ଜଣିଆ ଟିମ୍‌

କୋରାପୁଟ – ଗିରଫ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାଶି ଶଙ୍କରକୁ ପଚରାଉଚରା ପାଇଁ ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଛି ଏନଆଇଏର ଦୁଇ ଜଣିଆ ଟିମ୍ । ୨୦୧୨ ମସିହାରେ ଚିତ୍ରକୋଣ୍ଡା ବିସ୍ଫୋରଣରେ ଜଣେ କମାଣ୍ଡାଂଟ୍ ଓ ଜଣେ ଆସିଷ୍ଟାଂଟ୍ କମାଣ୍ଡାଂଟଙ୍କ ମୃତ୍ୟୁ ମାମଲାରେ ଦୁବାଶି ଶଙ୍କରଙ୍କୁ ଜେରା କରିବ ଏନଆଇଏ ଟିମ୍ । ଦୁବାଶି ଓରଫ ଅରୁଣଙ୍କୁ ଏହି ବର୍ଷ ସେପଟେମ୍ବର ୧୩ ତାରିଖରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ନିକଟରୁ କାବୁ କରିଥିଲା ପୋଲିସ । ଦୁବାଶି ଶଙ୍କର ନାଁରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବହୁ ମାମଲାରେ ଦୁବାଶିଙ୍କ ସଂପୃକ୍ତି ଥିଲା । ୧୯୮୭ ମସିହାଠାରୁ ମାଓବାଦୀ କାର୍ଯ୍ୟକଳାପ ସହ ଜଡିତ ଥିଲେ ଶଙ୍କର ।

Comments are closed.