ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ବିଧାୟକଙ୍କୁ କୋରୋନାର ବୁଷ୍ଟର ଡୋଜ୍ : ବାଚସ୍ପତି

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ବିଧାୟକଙ୍କୁ ଦିଆଯିବ କୋରୋନାର ବୁଷ୍ଟର ଡୋଜ୍ ଟିକା । ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ ଏ ବାବଦରେ ଫୋନରେ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାର ଚଳିତ ଅଧିବେଶନ ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ହେବ । ଏଣେ ବିଧାନସଭାର ୩ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ବିଧାନସଭା ସଚିବ ଓ ଅନ୍ୟ ୨ ଜଣ କୋଭିଡ ସଂକ୍ରମିତ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆଂଟିଜେନ୍ ଟେଷ୍ଟ ହେବ ବୋଲି ସେ କହିଛନ୍ତି ।

Comments are closed.