ଗୀତା ମାହାତ୍ମ୍ୟ: ଯଜ୍ଞାର୍ଥାତ କର୍ମଣଅନ୍ୟତ୍ର ଲୋକୋୟଂ କର୍ମ ବନ୍ଧନଃ। ତଦର୍ଥମ କର୍ମ କୌନ୍ତେୟ ମୁକ୍ତସଙ୍ଗଃ ସମାଚର।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯଜ୍ଞାର୍ଥାତ କର୍ମଣଅନ୍ୟତ୍ର
ଲୋକୋୟଂ କର୍ମ ବନ୍ଧନଃ।
ତଦର୍ଥମ କର୍ମ କୌନ୍ତେୟ
ମୁକ୍ତସଙ୍ଗଃ ସମାଚର।।

ହେ ଅର୍ଜୁନ ! ଯଜ୍ଞପାଇଁ କରାଯାଉଥିବା କର୍ମ ଛଡା ଅନ୍ୟ କର୍ମମାନଙ୍କରେ ଲାଗିରହିବା ଫଳରେ ହିଁ ଏହି ମନୁଷ୍ୟ ସମୁଦାୟ କର୍ମଦ୍ୱାରା ବାନ୍ଧି ହୁଅନ୍ତି। ତେଣୁ ହେ ଅର୍ଜ୍ଜୁନ! ତୁମେ ଆସକ୍ତି ରହିତ ହୋଇ କେବଳ ଯଜ୍ଞ ନିମିତ୍ତ ହିଁ ଭଲ ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କର।

( ଇତି ଗୀତା ୩ୟ ଅ। ୯ମ ଶ୍ଲୋକ )

Comments are closed.