ଆଜି ଭୁବନେଶ୍ୱର ଆସିବ ରାଣପ୍ରତାପଙ୍କ ପାର୍ଥିବ ଶରୀର, ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର- ତାମିଲନାଡୁ କୁନ୍ନୁରରେ ବାୟୁସେନାର ହେଲିକପଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଓଡିଆ ପୁଅ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଆସିବ । ନୂଆଦିଲ୍ଲୀରୁ ତାଙ୍କ ପାର୍ଥିର ଶରୀର ଭୁବନେଶ୍ୱର ଆସିଲା ପରେ ଜନ୍ମମାଟି ତାଳଚେର କଣ୍ଢାଳ ପଂଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଣାପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ଦୁର୍ଘଟଣାଗ୍ରସ୍ତ ହେଲିକପଟର ୧୪ ଜଣଙ୍କ ମଧ୍ୟରେ ରାଣାପ୍ରତାପ ଦାସ ମଧ୍ୟ ଥିଲେ । ସେ ଜୁନିଅର ୱାରେଂଟ ଅଫିସର ଭାବେ ବାୟୁସେନାରେ କାର୍ଯ୍ୟରତ ଥିଲେ ।

Comments are closed.