ଫୁଟବଲ କିମ୍ବଦନ୍ତୀଙ୍କ ଦୁବାଇରୁ ଚୋରି ହୋଇଥିବା ଘଡି ଆସାମରୁ ମିଳିଲା !

ଆସାମ:  ଫୁଟବଲ୍ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତକୁ ବର୍ଷେରୁ ଅଧିକ ସମୟ ହୋଇଗଲାଣି । ତେବେ ମାରାଡୋନାଙ୍କ ଏକ ଘଡି ଦୁବାଇରୁ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା । ସେହି ଚୋରି ଘଡି ଏବେ ଉଦ୍ଧାର ହୋଇଛି । ଆସାମର ଶିବସାଗର ଜିଲ୍ଲାରୁ ମାରାଡୋନାଙ୍କ ଚୋରି ଘଡି ଉଦ୍ଧାର ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

Comments are closed.