୬ଟି ଜିଲ୍ଲାରେ ଜୱାଦ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର-ଆଜିଠାରୁ ରାଜ୍ୟରେ ବାତ୍ୟା ଜୱାଦ ଯୋଗୁଁ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଗତକାଲି ରାତିରେ କେନ୍ଦ୍ରୀୟ ଦଳ ଭୁବନେଶ୍ୱରରେ ପହଂଚିଥିଲେ । ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ୪ ଜଣିଆ କେନ୍ଦ୍ରୀୟ ଟିମ ଆସିଛନ୍ତି । ଟିମ୍‌ରେ ଭୁବନେଶ୍ୱରରୁ ୨ କେନ୍ଦ୍ରୀୟ ଅଧିକାରୀ ସାମିଲ ହେବେ । ଆଜି ରାଜ୍ୟର ୬ଟି ଜିଲ୍ଲାକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବ ୩ଟି ଟିମ୍ । ୩ଟି ଟିମ୍‌ରେ ବିଭକ୍ତ ହୋଇ ୬ଟି ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବ ଟିମ୍ । ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ଆକଳନ କରିବ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବି କ୍ଷୟକ୍ଷତି ନେଇ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ ।

Comments are closed.