ମାଲକାନଗିରି ମାଓଗଡ଼ରେ ଡିଜିପି : ବିଏସ୍ଏଫ୍ ନୂଆ ଶିବିର ଦେଖିଲେ

ମାଲକାନଗିରି: ଡିଜିପି ଅଭୟ ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ମାଲକାନଗିରିର ମାଓଗଡ଼ ଅଞ୍ଚଳରେ ପହଞ୍ଚିଥିଲେ ପୋଲିସ ଡିଜି। ସେଠାରେ ବିଏସ୍ଏଫ୍ ନୂତନ ଶିବିର ପରିଦର୍ଶନ କରିବା ସାଙ୍ଗକୁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର ମୋଟର ବୋଟରେ ଜଳପଥରେ ମଧ୍ୟ ବିଚ୍ଛିନ୍ନାଞ୍ଚଳ ତଥା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ପହଞ୍ଚି ଥିଲେ। ତାଙ୍କ ସହ ଥିଲେ ସହ ଏଡିଜି ଲଳିତ ଦାସ, ଆଇଜି ଅମିତାଭ ଠାକୁର, ଏସ୍ଆଇଡବ୍ଲ୍ୟୁ (ସ୍ବତନ୍ତ୍ର ଗୋଇନ୍ଦା ଶାଖା) ଡିଆଇଜି ଅନିରୁଦ୍ଧ ସିଂ ପ୍ରମୁଖ। ଡିଜିଙ୍କୁ ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍. ମୀନା ଏବଂ ବିଏସ୍ଏଫ୍ ଅଧିକାରୀମାନେ ସ୍ବାଗତ କରିଥିଲେ। ଘନବେଢ଼ାରେ ନୂତନ ବିଏସଏଫ କ୍ୟାମ୍ପ୍ ପରିଦର୍ଶନ କରିବା ସାଙ୍ଗକୁ ପୋଲିସ ଡିଜି ମାଓ କାର୍ଯ୍ୟକଳାପ ଓ ତାହାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ବିଏସ୍ଏଫ୍ ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ ଡିଜିପି।

ସ୍ୱାଭିମାନ ଅଞ୍ଚଳ ଘନବେଢ଼ାର ଆଦିବାସୀମାନେ ମାଓ ଭୟକୁ ଏଡ଼ାଇ ଯାଇ ଫୁଲ ଚନ୍ଦନ ସହ ଡିଜିପିଙ୍କୁ ଗାଁ ଭିତରକୁ ପାଛୋଟି ନେଇଥିଲେ।

Comments are closed.