ରାଜ୍ୟର ଅନେକ ଜିଲ୍ଲାରେ ଖସୁଛି ତାପମାତ୍ରା

ଭୁବନେଶ୍ୱର –ରାଜ୍ୟରେ କିଛି ଜିଲ୍ଲାରେ ପାରଦ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ନୟାଗଡରେ ତାପମାତ୍ରା ୩ , ବାଲେଶ୍ୱରରେ ୨ ଦଶମିକ ୨, ଚାନ୍ଦବାଲିରେ ୨ ଦଶମିକ ୨, ମାଲକାନଗିରିରେ ୨, ବାରିପଦାରେ ୨ ଡିଗ୍ରୀ ହ୍ରାସ ଘଟିଛି । ସମତଳ ଅଂଚଳ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ବଲାଙ୍ଗିରରେ ୧୨ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାହାଡିଆ ଅଂଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । କିିଛି ଜିଲ୍ଲାରେ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି ।

Comments are closed.