ଉତ୍କଳ ପ୍ରାନ୍ତରେ ଆଜି ସର୍ବତ୍ର ପାଳିତ ହେଉଛି ଶ୍ରୀମଦଭଗବତଗୀତା ଜୟନ୍ତୀ। ଅବଶ୍ୟ ଭାରତର ଅନ୍ୟକେତେକ ପ୍ରାନ୍ତରେ ଏହା ମାର୍ଗଶିର ଶୁକ୍ଳ ଏକାଦଶୀ ତିଥିରେ ପାଳିତ ହୋଇଯାଇଛି।ବିଷୟ ବସ୍ତୁ ଅଵତାରଣ ଯୁଦ୍ଧର ପୁଷ୍ଠଭୂମୀରେ ଉକ୍ତ ଏକାଦଶୀ ତିଥିରେ ଧୃତରାଷ୍ଟ୍ର ଓ ସଂଜୟଙ୍କ କଥ- ପୋକଥନ ଆରମ୍ଭ ହୋଇଥିବାରୁ ଏହାକୁ ଅୟମାରମ୍ଭ ଦିବସ ଭାବେ ଅନେକ ମାନିଥାନ୍ତି।ତେଣୁ ଏହାକୁ ଉକ୍ତ ପବିତ୍ର ଗ୍ରନ୍ଥର ଜୟନ୍ତୀ ଭାବରେ ଗ୍ରହଣ କରାଯାଇଥାଏ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଉପଦେଶ ମାର୍ଗଶିର ଶୁକ୍ଳ ତ୍ରୟୋଦଶୀରେ ଆରମ୍ଭ ହୋଇଥିବାରୁ ଉତ୍କଳ ସମେତ ଅନେକ ପ୍ରାନ୍ତରେ ଏହା ଶ୍ରୀମଦ୍ଭଗବତ୍ ଗୀତା ଜୟନ୍ତୀ ଭାବରେ ଗ୍ରହଣ କରାଯାଇଛି।
ଶ୍ରୀମଦ୍ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର କାବ୍ୟିକ ସଂକଳନ । କେହି କେହି ଏହାର ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କୁହନ୍ତି । ଭଗବାନଙ୍କ କଥିତ ବାଣୀ ପରମଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବାରୁ ଏହାକୁ ଦିବ୍ୟ-ଗୀତ ବୋଲି ମଧ୍ୟ କହିଥାନ୍ତି । ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ ।ଗୀତାର ସଙ୍କଳକ ଭଗବାନ ବେଦବ୍ୟାସ ଈଶ୍ୱରୀୟ ବାଣୀକୁ ‘ଶ୍ରୀମଦ୍ଭଗବଦ୍ ଗୀତା’ ନାମରେ ନାମିତକରି ପରବର୍ତୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜିଏକ ସ୍ବତନ୍ତ୍ର ଗ୍ରନ୍ଥଭାବରେ ଆମ ପାଖରେ ଉପଲବ୍ଧ ।
ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ମତରେ ଏହା ସର୍ବ ଶାସ୍ତ୍ରମୟୀ ଓ ସର୍ବଶାସ୍ତ୍ର ଶିରୋମଣି । ସ୍ବୟଂ ଗୀତାର ସଂକଳକ ମହର୍ଷି ବେଦବ୍ୟାସ ମହାଭାରତରେ ଗୀତାର ମହତ୍ୱ ଦର୍ଶାଇବାକୁ ଯାଇ କହିଛନ୍ତି,
ଗୀତା ସୁଗୀତା କର୍ତ୍ତର୍ବ୍ୟା
କିମନୈଃ ଶାସ୍ତ୍ର ବିସ୍ତାରୋୖ ।
ଯା ସ୍ବୟଂ ପଦ୍ମନାଭସ୍ୟ
ମୁଖ ପଦ୍ମାତ୍ ବିନଃ ସୃତା ।ା
(ମହାଭାରତ ଭୀଷ୍ମ-୪୩/୧)
(ଅର୍ଥ : ସାକ୍ଷାତ୍ ଭଗବାନଙ୍କ ମୁଖ କମଳରୁ ନିଃସୃତ ଗୀତାକୁ ଉତ୍ତମ ରୂପେ ପଠନ କରିବା ଉଚିତ; ଅନ୍ୟଶାସ୍ତ୍ର ସଂଗ୍ରହ କରିବା କି ଦରକାର?)
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା ।ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକସଂଖ୍ୟା ହେଉଛି ୬୭ ଏବଂ ଧୃତ- ରାଷ୍ଟ୍ରଙ୍କ ଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ଭଗବତ ଗୀତା, ୧୯ଶତକର ତାଳପୋଥି
ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।
1. ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ । କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତା ମାତା ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି।
2. ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି।
3. ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି।
4. ଚତୁର୍ଥ ଅଧ୍ୟାୟ: ଜ୍ଞାନ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ୱରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
5. ପଞ୍ଚମ ଅଧ୍ୟାୟ: ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ
6. ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ।
7. ସପ୍ତମ ଅଧ୍ୟାୟ: ବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି ।
8. ଅଷ୍ଟମ ଅଧ୍ୟାୟ: ଅକ୍ଷୟ ବ୍ରହ୍ମ ଯୋଗ:
9. ନବମ ଅଧ୍ୟାୟ: ରାଜଯୋଗ:
10. ଦଶମ ଅଧ୍ୟାୟ: ବିଭୂତି ଯୋଗ:
11. ଏକାଦଶ ଅଧ୍ୟାୟ: ବିଶ୍ୱରୂପ ଦର୍ଶନ ଯୋଗ:
12. ଦ୍ୱାଦଶ ଅଧ୍ୟାୟ: ଭକ୍ତି ଯୋଗ:
13. ତ୍ରୟୋଦଶ ଅଧ୍ୟାୟ: ଏଥିରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ୱ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।
14. ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
15. ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
16. ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ।
17. ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ତ୍ରିବିଧ ଶ୍ରଦ୍ଧା, ତ୍ରିବିଧ ଆହାର ଓ କର୍ମରେ ବ୍ରହ୍ମ ନିର୍ଦ୍ଦେଶ ସମ୍ବନ୍ଧରେ ବିଶଦ୍ ଆଲୋଚନା କରିଛନ୍ତି ।
18. ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷଯୋଗ । ଏଥିରେ କର୍ମତତ୍ତ୍ୱର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇ ଉପସଂହାରରେ କୁହାଯାଇଛି:
“ସର୍ବଧର୍ମାନ ପରିତ୍ୟଜ ମାକେକଂ ଶରଣଂ ବ୍ରଜ
ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ
ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ
ତତ୍ର ଶୀର୍ବିଜୟୋ ଭୂତିର୍ଧୃବା ନୀତିର୍ମତିର୍ମମ ।’’
ଅର୍ଥାତ ଶ୍ରୀମଦଭଗବତଗୀତା ହେଉଛି ପ୍ରାଣସ୍ପର୍ଶୀ ଅମୃତବର୍ଷିଣି ଦିବ୍ୟ ଗ୍ରନ୍ଥ। ଯାହା ମାନବ ସକଳକୁ ଦିବ୍ୟମାର୍ଗ ପ୍ରଦର୍ଶନ କରିବା ସହିତ ମାନବଚିତୋ କର୍ମରେ ପ୍ରବୁତ୍ତ କରାଇଥାଏ। ଗୋଟିଏ କଥାରେ କହିବାକୁ ଗଲେ ଏହା ଜୀବନର ଏକ ସଂଜୀବନୀ ସୁଧା। ଆଜିର କଳୁଷିତ ସମାଜର ସୁଧାର ପାଇଁ ଏପରି ଗ୍ରନ୍ଥ ଅଧ୍ୟୟନ ନିହାତି ଆବଶ୍ୟକ।
Comments are closed.