ଦିଲ୍ଲୀରେ ଆଉ ୧୦ ଓମିକ୍ରନ୍ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଭାରିଆଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଏହି ନୂଆ କୋଭିଡ୍-୧୯ ଭାରିଆଣ୍ଟ୍ ଜନିତ ମାମଲା କ୍ରମାଗତ ଭାବେ ବଢୁଛି । ରାଜଧାନୀ ଦିଲ୍ଲୀ ଏଥିରୁ ବାଦ୍ ପଡ଼ିନାହିଁ । ଦିଲ୍ଲୀରେ ଓମିକ୍ରନର ଆଉ ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି | ଫଳରେ ଦିଲ୍ଲୀରେ ଏହି ଭାରିଆଣ୍ଟର ମୋଟ ମାମଲା ୨୦କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ଓମିକ୍ରନ ରୋଗୀ ସଂଖ୍ୟା ୯୭ରେ ପହଞ୍ଚିଛି ।

ଏହା ପୂର୍ବରୁ ଗୁରୁବାର ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ୍‌ର ମୋଟ ୧୪ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ଗୁରୁବାର ଦିନ କର୍ଣ୍ଣାଟକରେ ଓମିକ୍ରନର ପାଞ୍ଚଟି ମାମଲା ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀ ଏବଂ ତେଲେଙ୍ଗାନାରେ ଚାରିଟି ମାମଲା ରୁଜୁ ହୋଇଛି।

Comments are closed.