ମାଓନେତା ଦୁବାସି ଶଙ୍କରକୁ ଲଗାତର ଦ୍ୱିତୀୟ ଦିନ ଏନଆଇଏ ଜେରା

ଭୁବନେଶ୍ୱର- ଝାରପଡା ଜେଲରେ ଥିବା ମାଓନେତା ଦୁବାସି ଶଙ୍କରକୁ ଲଗାତର ଦ୍ୱିତୀୟ ଦିନ ଜେରା କରିଛି ଏନଆଇଏ । ୨୦୧୨ ଚିତ୍ରକୋଣ୍ଡା ବିସ୍ଫୋରଣ ମାମଲାରେ ଶଙ୍କରକୁ ଜେରା କରୁଛି ଦୁଇ ଜଣିଆ ଏନଆଇଏ ଟିମ୍ । ମାଓବାଦୀମାନେ ବ୍ୟବହାର କରୁଥିବା ଆଇଡି, ଆରଡିଏକ୍ସ ସହ ଏକେ ୪୭, ଇନସାସ ଭଳି ଘାତକ ବନ୍ଧୁକ କେଉଁଠୁ ଆସୁଥିଲା, ତାହା ଜାଣିବା ପାଇଁ ଏନଆଇଏ ଶଙ୍କରକୁ ଜେରା କରୁଛି । ବନ୍ଧୁକ କେଉଁଠୁ ଆସୁଥିଲା, କିଏ ବିସ୍ଫୋରକ ଯୋଗାଣ କରୁଥିଲା, ସେ ନେଇ ଖୋଳତାଡ କରୁଛି ଏନଆଇଏ । ୨୦୧୨ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିସ୍ଫୋରଣ ସହ ବିଏସଏଫ କମାଣ୍ଡାଂଟ୍ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଦୁବାସି ଶଙ୍କର ହାତ ରହିଛି ।

Comments are closed.