ରାଜ୍ୟରେ ଆଗକୁ ଶୀତ ଆହୁରି ବଢିବ, ରାତିର ତାପମାତ୍ରା କମିବ

ଭୁବନେଶ୍ୱର- ରାଜ୍ୟରେ ଗତ ଦୁଇ ତିନି ଧରି ପ୍ରବଳ ଶୀତ ଅନୁଭୂତ ହେଉଛି । ଅନେକ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି । ଆଗକୁ ମଧ୍ୟ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତକାଲି ରାଜ୍ୟର ୮ଟି ସହରରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ୬ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ଥିଲା ରାଜ୍ୟର ସବୁଠାରୁ ଥଣ୍ଡା ଅଂଚଳ ।

Comments are closed.