ଆସନ୍ତାକାଲିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ମିଳିବ ସେବା

ଭୁବନେଶ୍ୱର – ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଗୁରୁତର ରୋଗୀଙ୍କ ଏୟାରଲିଫଟିଂ ବ୍ୟବସ୍ଥା କରିବା ଏହି ସେବାର ଉଦ୍ଦେଶ୍ୟ । ଗୁରୁତର ରୋଗୀଙ୍କ ନିକଟରେ ହେଲକପ୍ଟରରେ ପହଂଚିବେ ଡାକ୍ତରୀ ଦଳ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାରେ ରୋଗୀଙ୍କ ଚିକିତ୍ସା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ୪ଟି ଜିଲ୍ଲା ହେଲା – କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡା ।

Comments are closed.