ମହାନଦୀରେ ରାଜ୍ୟର ଦୀର୍ଘତମ ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ – ମହାନଦୀରେ ରାଜ୍ୟର ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପୀନାଥପୁର- ବୈଦେଶ୍ୱର ସେତୁ , ଯାହା ‘ଟି’ ସେତୁ ନାମରେ ବି ପରିଚତ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି ସେତୁର ଲମ୍ବ ତିନି କିଲୋମିଟରରୁ ଅଧିକ ରହିଛି । ୨୦୧୪ ମସିହା ଫେବ୍ରୁଆରୀ ମାସରେ ଏହି ସେତୁର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ୭ ବର୍ଷରେ ସେତୁ ନିର୍ମିତ ହୋଇ ଲୋକାର୍ପିତ ହୋଇଛି । ଇଂରାଜୀ ଅକ୍ଷର ଟି ଆକାରରେ ନିର୍ମିତ ଏହି ସେତୁ ବଡମ୍ବାକୁ ବାଙ୍କୀ ସହ ସଂଯୋଗ କରୁଛି । ଏହି ସେତୁ ଦ୍ୱାରା ସଂପୃକ୍ତ ଅଂଚଳରେ ଦୂରତ୍ୱ ୪୫ କିଲୋମିଟର ହ୍ରାସ ପାଇବ ।

Comments are closed.