ସମ୍ବଲପୁର ମାଝିପାଲି ସଫଲ ପାନ ମସଲା ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ, ୨୫ରୁ ଉର୍ଦ୍ଧ୍ବ ଆହତ

ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠସ୍ଥ ପରଧିଆପାଲିରେ ସଫଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ୨୫ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ଯରୁ 2ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଅଗ୍ନିଶମ ଟିମ ନିଆଁକୁ ଆୟତ୍ତ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡ କାରଣ ଜଣାପଡିନାହିଁ।

ସମ୍ବଲପୁର ପରଧିଆପାଲିରେ ଥିବା ସଫଲ ପାନ ମସଲା କାରଖାନାରେ ପୂର୍ବାହ୍ନ ୧୧ଟାରେ ସାମାନ୍ଯ ବିସ୍ଫୋରଣ ହେବା ସହ ହଠାତ୍‌ ନିଆଁ ଲାଗିଯାଇଥିଲା । ପାନ ମସଲାରେ ବ୍ୟବହୃତ ପାଉଡର ଯୋଗାଣ ପାଇପରେ କୌଣସି କାରଣରୁ ନିଆଁ ଲାଗିଯାଇ ସାରା କାରଖାନାକୁ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀର ୪ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ଅଗ୍ନିକାଣ୍ଡ ଯୋଗୁଁ ଏଠାରେ କାର୍ଯ୍ୟରତ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ଯରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଘଟଣାସ୍ଥଳରେ ଏସପି ବାତୁଲା ଗଙ୍ଗାଧରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଆହତଙ୍କ ମଧ୍ଯରୁ ୭ ଜଣ ରାଉରକେଲା ଆଇଜିଏଚ୍ ସ୍ଥାନାନ୍ତର ।

Comments are closed.