ମୋହିତ ଜୈନ ହେଲେ ‘ଇଣ୍ଡିଆନ୍ ନ୍ୟୁଜପେପର୍ ସୋସାଇଟି’ର ଅଧ୍ୟକ୍ଷ

ନୂଆଦିଲ୍ଲୀ: ‘ଇଣ୍ଡିଆନ୍ ନ୍ୟୁଜପେପର୍ ସୋସାଇଟି(ଆଇଏନ୍ଏସ)’ ୨୦୨୧-୨୨ ବର୍ଷ ପାଇଁ ‘ଇକୋନୋମିକ୍ ଟାଇମ୍ସ’ର ମୋହିତ ଜୈନଙ୍କୁ ଏହାର ସଭାପତି ଭାବରେ ମନୋନୀତ କରିଛି।

ଜୈନ ଶୁକ୍ରବାର ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ସେ ‘ହେଲଥ ଆଣ୍ଡ ଆଣ୍ଟିସେପ୍ଟିକ୍’ର ଏଲ୍.ଏ ଆଡିମୋଲାମଙ୍କ ସ୍ଥାନ ନେବେ |

ଆଇଏନ୍ଏସ୍ ଏକ ବିବୃତ୍ତିରେ କହିଛି ଯେ ‘ସାକ୍ଷୀ’ ପ୍ରକାଶନର ରାଜା ପ୍ରସାଦ ରେଡ୍ଡୀ ଡେପୁଟି ପ୍ରେସିଡେଣ୍ଟ ଏବଂ ‘ଆଜ ସମାଜ’ର ରାକେଶ ଶର୍ମା’ ଭାଇସ୍ ପ୍ରେସିଡେଣ୍ଟ” ଭାବରେ ନିର୍ବାଚିତ ହୋଇଛନ୍ତି।

ବିବୃତ୍ତି ଅନୁଯାୟୀ, ‘ଅମର ଉଜାଲା’ର ତନ୍ମୟ ମହେଶ୍ୱରୀ ୨୦୨୧-୨୦୨୨ ପାଇଁ ସୋସାଇଟିର ସମ୍ମାନିତ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।

Comments are closed.