ପ୍ରବଳ ଶୀତରେ ବାସହୀନଙ୍କ ରାତ୍ର ରହଣି ପାଇଁ ସ୍କୁଲ ଘର ଓ କମ୍ୟୁନିଟି ହଲ୍ ବ୍ୟବହାର କରିବାକୁ ଜିଲ୍ଲାପାଳଙ୍କୁ କହିଲେ ଏସଆରସି

ଭୁବନେଶ୍ୱର- ସାରା ଓଡିଶା ପ୍ରବଳ ଜାଡରେ ଥରୁଥିବା ବେଳେ ଆହୁରି ୨-୩ ଦିନ ଶୀତର ପ୍ରକୋପ ଜାରି ରହିବ । ପ୍ରବଳ ଶୀତରେ ବାସହୀନ ଲୋକଙ୍କ ସୁରକ୍ଷା ପାଇଁ ରାତ୍ର ଆଶ୍ରୟସ୍ଥଳ ଭାବେ ସ୍କୁଲ ଘର ଓ କମ୍ୟୁନିଟି ହଲକୁ ବ୍ୟବହାର କରିବା ପାଇଁ ଏସଆରସି ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ କହିଛନ୍ତି । ଏ ନେଇ ସେମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଏହି ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ରାଜ୍ୟରେ ଶୀତ ପ୍ରବାହ ଥମିଲା ଯାଏଁ ବାସହୀନଙ୍କ ରାତ୍ର ଆଶ୍ରୟସ୍ଥଳୀ ଭାବେ କେଉଁ କୋଠାଘର ସବୁ ବ୍ୟବହାର କରାଯାଇପାରିବ, ସେ ନେଇ ଏକ ବିସ୍ତୃତ ରିପୋର୍ଟ ଦେବା ପାଇଁ ମଧ୍ୟ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.