ରାଜ୍ୟରେ ଅସହ୍ୟ ଶୀତ, ଫୁଲବାଣୀ ରାଜ୍ୟର ଶୀତଳ ସହର

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । କନ୍ଧମାଳ ଜିଲ୍ଲାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଫୁଲବାଣୀ ରାଜ୍ୟର ଶୀତଳ ସହର ହୋଇଛି । ଏଠାରେ ରାତି ତାପମାତ୍ରା ୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ତାପମାତ୍ରା ରହିଛି ୪ ଦଶମିକ ୫ ଡିଗ୍ରୀ ସେଲସିୟସ । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି ।

Comments are closed.