ରାଜ୍ୟରେ ଆଉ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୮ ଓ ସ୍ଥାନୀୟ ଅଂଚଳରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକରୁ ୧୩, ଦେବଗଡରୁ ୮, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୬, ଜଗତସିଂହପୁରରୁ ୫, ନୟାଗଡରୁ ୪, ଅନୁଗୁଳରୁ ୩, ଯାଜପୁରରୁ ୩, ଝାରସୁଗୁଡାରୁ ୩, ବାଲେଶ୍ୱରରୁ ୨, କେନ୍ଦ୍ରାପଡାରୁ ୨, ବରଗଡରୁ ୧, ଗଞ୍ଜାମରୁ ୧, ମୟୂରଭଞ୍ଜରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ଟି ଜିଲ୍ଲାରୁ କୌଣସି ମାମଲା ଆସି ନ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୩ ହଜାର ୩୪୯ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୩ ହଜାର ୪୫ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ସଂଖ୍ୟା ରହିଛି ୧ ହଜାର ୮୦୪ ।

Comments are closed.