ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାହିତ୍ୟିକ ତଥା ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଲ୍ଲୀ ପ୍ରକୃତି ଓ ଗ୍ରାମୀଣ ଜୀବନକୁ ନେଇ ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର,ଜନ୍ମଭୂମି ଆଦି କାଳଜୟୀ ରଚନା ସହ ଶିଶୁ ସାହିତ୍ୟ ମାଧ୍ୟମରେ ସୁସ୍ଥ ସମାଜ ଗଠନ ପାଇଁ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Comments are closed.