ଓମିକ୍ରନ ଆତଙ୍କ : ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡଲାଇନ

ଭୁବନେଶ୍ୱର – କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ସାରାବିଶ୍ୱ ଆତଙ୍କିତ ହୋଇପଡିଥିବା ବେଳେ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଚିନ୍ତା ବଢିଛି । ଓମିକ୍ରନ ସମ୍ଭାବ୍ୟ ତୃତୀୟ ଲହର ଆଣିବା ଆଶଙ୍କା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି । ଓମିକ୍ରନ ଆତଙ୍କ ମଧ୍ୟରେ ନୂଆବର୍ଷ ଆସୁଛି । ଭିଡ ଯୋଗୁଁ ଯେପରି ସଂକ୍ରମଣ ନ ବଢିବ, ସେ ନେଇ ନୂଆବର୍ଷରେ ନୂଆ କୋରୋନା ଗାଇଡଲାଇନ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି । ସ୍ଥିତି ଦେଖି କଟକଣା ଲଗାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ କୁହାଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କୁ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ ଓ ସିଟି ଭ୍ୟାଲୁ ଥିବା ଲୋକଙ୍କ ଜିନମ ସିକ୍ୱେନସିଂ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.