ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳରେ ଓଡିଆ ଖେଳାଳି

ଭୁବନେଶ୍ୱର- ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଖେଳାଳି । ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ମିଳିଛି । ଭାରତୀୟ ଦଳରେ ସ୍ଥାନ ମିଳିଥିବାରୁ ନକୁଳଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିବାରେ ଲାଗିଛି ।

Comments are closed.