ଓମିକ୍ରନ ୫ ଗୁଣ ଅଧିକ ବେଗରେ ବ୍ୟାପେ, ତିିନି ପରସ୍ତ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର- ରାଜ୍ୟରେ ଏ ଯାଏଁ ୪ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ଏ ନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ପରସ୍ତ ବଦଳରେ ତିନି ପରସ୍ତ ମାସ୍କ ବା ଏନ-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଓମିକ୍ରନର ସଂକ୍ରାମକ କ୍ଷମତା ତୀବ୍ର ଥିବାରୁ ଓ ୫ ଗୁଣ ଅଧିକ ବେଗରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ୍ ଲଗାଯାଇଛି । ଯେଉଁଠି ଗହଳି ହେବ, ସେଠାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ । ଆଉ ୪ଟି ନମୁନା ଜିନମ ସିକ୍ୱେନସିଂ ପାଇଁ ଯାଇଥିବା ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି । ଆଇସିୟୁ ବେଡ୍ ଓ ଭେଂଟିଲେଟର ସବୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।

Comments are closed.