ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ମାମଲାରେ ୨ ଜଣ ଗିରଫ

ଭୁବନେଶ୍ୱର- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏ ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ୨ ଜଣଙ୍କୁ ଗିରଫ କରିଛି । ଜଗନ୍ନାଥ ଷଡଙ୍ଗୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି । ଡିଜିପି ଅଭୟଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ଦିଆଯାଇଥିଲା । ଖୋଦ୍ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ମାମଲାର ସଠିକ ତଦନ୍ତ ନେଇ ପୁରୀ ଏସପିଙ୍କ ସହ ଆଲୋଚନା କରିଥିଲେ । ଏକ ପୋଖରୀରୁ ଚିତ୍ତରଂଜନ ପଲାଇଙ୍କ ମୃତଦେହ ଉଦ୍ଧାର ହେଲା ପରେ ଏହା ହତ୍ୟା ନା ଆତ୍ମହତ୍ୟା , ସେ ନେଇ ସନ୍ଦେହ ରହିଥିଲା ।

Comments are closed.