ବଡଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କୋରୋନା ପାଇଁ ସତର୍କ ରହିବାକୁ ଆହ୍ୱାନ

ଭୁବନେଶ୍ୱର- ପବିତ୍ର ବଡଦିନ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସମୃଦ୍ଧ ଓଡିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କୋରୋନା ଯୋଗୁଁ ସତର୍କତା ବଜାୟ ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । କୋରୋନାର ଭୟ ଏବେ ବି ଦୂର ହୋଇନାହିଁ । ସତର୍କ ରହିଲେ ଆମେ ଏହାର ମୁକାବିଲା କରିପାରିବା । ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ଜନସାଧାରଣ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.