ଓଡିଶାରେ ଦାରିଦ୍ର୍ୟକୁ ଆଗାମୀ ୫ ବର୍ଷରେ ୧୦ ପ୍ରତିଶତକୁ ହ୍ରାସ କରାଯିବ : ନବୀନ

ଭୁବନେଶ୍ୱର- ସାଢେ ଚାରିକୋଟି ଓଡିଶାବାସୀ ହେଉଛନ୍ତି ବିଜେଡିର ମେରୁଦଣ୍ଡ । ବିଜୁୁବାବୁ ସଶକ୍ତ ଓ ସମୃଦ୍ଧ ଓଡିଶାର ସ୍ୱପ୍ନ ଦେଖିଥିଲେ । ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ କହିଛନ୍ତି । ସେ କହିଛନ୍ତି ଯେ, ୨୦୦୦ ମସିହାର ଓଡିଶା ଓ ଆଜିର ଓଡିଶା ଭିତରେ ବଡ ପରିବର୍ତ୍ତନ ହୋଇଛି । ୮୦ ଲକ୍ଷ ଲୋକ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଆସିଛନ୍ତି । ଦାରିଦ୍ର‌୍ୟକୁ ୫ ବର୍ଷରେ ୧୦ ପ୍ରତିଶତକୁ ଖସାଇ ଓଡିଶା ଇତିହାସ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି । ଏଥିପାଇଁ ଯାହା ଦରକାର, ତାଙ୍କ ସରକାର ସେସବୁ ପଦ କ୍ଷେପ ନେବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ଦାରିଦ୍ର‌୍ୟ କମାଇବାରେ ଓଡିଶା ସାରାଦେଶରେ ଆଗରେ ରହିଛି । ରାଜ୍ୟରେ ଦାରିଦ୍ର‌୍ୟ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି । ଆଗାମୀ ୫ ବର୍ଷରେ ରାଜ୍ୟରେ ଦାରିଦ୍ର‌୍ୟ ୧୦ ପ୍ରତିଶତକୁ ଅଣାଯିବ ବୋଲି ଘୋଷଣା କରିଛନ୍ତି ନବୀନ ।

Comments are closed.