ରାଜ୍ୟରେ ୧୫ରୁ ୧୮ ବର୍ଷ ୨୫ ଲକ୍ଷ ୫୩ ହଜାର ପିଲା ନେବେ କୋଭିଡ ପ୍ରତିଷେଧକ ଟିକା

ଭୁବନେଶ୍ୱର- ରାଜ୍ୟରେ ୨୫ ଲକ୍ଷ ୫୩ ହଜାର ୧୫ରୁ ୧୮ ବର୍ଷ ପିଲାଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସର ୫୨ ଲକ୍ଷ ୩୭ ହଜାର ଲୋକ ପ୍ରିକସନ ଡୋଜ୍ ନେବେ । ୬୦ ବର୍ଷରୁ ଅଧିକ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ପ୍ରିକସନ ଡୋଜ୍ ଦିଆଯିବ । ରାଜ୍ୟରେ ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି । ୧୫ରୁ ୧୮ ବର୍ଷ ଯେଉଁମାନେ ଟିକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଦରକାର ହେଲେ ଶିକ୍ଷାନୁଷ୍ଠାନରେ ଟିକାକରଣ ବ୍ୟବସ୍ଥା ହେବ । ଅନୁମତି ପାଇଥିବା ୨ଟି ଟିକା ମଧ୍ୟରୁ ପିଲାଙ୍କୁ କେଉଁ ଟିକା ଦିଆଯିବ, ତାହା ସ୍ପଷ୍ଟ ହୋଇନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଯିଏ ଯେଉଁ ଟିକା ନେଇଛନ୍ତି, ସେହି ଟିକା ବୁଷ୍ଟର ଡୋଜ୍ ଭାବେ ନେବା କଥା । ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ଯୋଗେ ଏବେ ଟିକାକରଣ ଚାଲିଛି ।

 

Comments are closed.