ଓମିକ୍ରନ ଆତଙ୍କ : ଓଡିଶାରେ ସ୍ଥିତି ଭଲ, ଟିପିଆର୍ ୧୦ ପ୍ରତିଶତ ରହିଲେ ହିଁ ଲକଡାଉନ

ଭୁବନେଶ୍ୱର- ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ନାଇଟ କର୍ଫ୍ୟୁ କି ଲକ୍‌ଡାଉନ ଭଳି କଟକଣାର ଏବେ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ନିୟମ ଅନୁଯାୟୀ ଟିପିଆର୍ ୧୦ ପ୍ରତିଶତ ଉପରେ ରହିଲେ ଲକଡାଉନ ହେବ । ଓଡିଶାକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କଠାରେ ଓମିକ୍ରନ ଭାରିଆଂଟ ଚିହ୍ନଟ ହୋଇଛି । ବାକି ୧୦ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ।

Comments are closed.