ଭୁବନେଶ୍ୱର ଏକାମ୍ରବାସୀଙ୍କ ପାଇଁ ନବୀନଙ୍କ ନୂଆବର୍ଷ ଭେଟି,୧୦୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱର- ଏକାମ୍ରବାସୀଙ୍କପାଇଁ ୧୦୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କେଦାରଗୌରୀ ପୁଷ୍କରିଣୀ ଜଳ ସ୍ୱଚ୍ଛତା ପାଇଁ ୬୫ ଲକ୍ଷ ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ।

ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଂଚଳ ପାଇଁ ୮ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଗଙ୍ଗୁଆ ବାମପାଶ୍ୱର୍ରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ୫୨ କୋଟି , କେଦାରଗୌରୀ ପୁଷ୍କରିଣୀ ଜଳ ନିଷ୍କାସନ ପାଇଁ ବକ୍ସ କଲଭର୍ଟ ନିର୍ମାଣ ଲାଗି ୬୫ ଲକ୍ଷ ଓ ଲିଙ୍ଗିପୁରରେ ଭୂତଳ ଜଳଭଣ୍ଡାର ପାଇଁ ୧ କୋଟି ୬୦ ଲକ୍ଷ ମଞ୍ଜୁର କରାଯାଇଛି ।

ଲିଙ୍ଗରାଜ ଅଂଚଳର ଲେପ୍ରୋସି କଲୋନୀ ପୁନର୍ବାସ ପାଇଁ ୩ କୋଟି ୯୬ ଲକ୍ଷ , ଧଉଳି ସ୍ତୁପର ମରାମତି ଓ ପୁନଃନବୀକରଣ ପାଇଁ ୧ କୋଟି ୫୦ ଲକ୍ଷ , ଦୟାନଦୀ ପଶ୍ଚିମଶାଖା କେନାଲରେ ବନ୍ଧ ନିର୍ମାଣ ପାଇଁ ୩୨ ଲକ୍ଷ ୫୬ ହଜାର ଓ ଦୟାନଦୀ ଦକ୍ଷିଣପାଶ୍ୱର୍ର ଏମ୍ବାକମେଂଟର ସୁରକ୍ଷା ପାଇଁ ୧୭ ଲକ୍ଷ ୮୧ ହଜାର ଟଙ୍କା ମଞ୍ଜୁର କରାଯାଇଛି ।

Comments are closed.