କେନ୍ଦୁପତ୍ରରୁ ଜିଏସଟି ଉଚ୍ଛେଦ ଦାବିରେ ତେଜିଲା ଆନ୍ଦୋଳନ, କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆରଡିସି ଅଫିସ ଆଗରେ ବିଶାଳ ବିକ୍ଷୋଭ ସମାବେଶ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ୧୮୨୯୪ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ

ସମ୍ବଲପୁର: କେନ୍ଦୁପତ୍ରରୁ ଜିଏସଟି ଉଚ୍ଛେଦ ଦାବିରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆନ୍ଦୋଳନକୁ ଜୋରଦାର କରିଛି। ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ କରିବା ପରେ ଆଜି ସଂଘ ଆରଡିସିଙ୍କ ଅଫିସ ଆଗରେ ଗର୍ଜିଛି। ବିଶାଳ ବିକ୍ଷୋଭ ସମାବେଶରେ ସଂଘ କେନ୍ଦ୍ରକୁ ଚେତାବନୀ ଦେଇଛି।

ସଂଘର ଆହ୍ଵାନ କ୍ରମେ ସମ୍ବଲପୁର ଡିଭିଜନରେ ଶହ ଶହ ସଂଖ୍ୟାରେ ତୋଳାଳୀ , କର୍ମଚାରୀ, ବନ୍ଧାଳି ନାରୀ ସେବା ସଦନ ରେ ସମବେତ ହୋଇ ଲକ୍ଷ୍ମି ଟକିଜ୍, ଜେଲ ଖାନା ଛକ ଦେଇ ସହର ପରିକ୍ରମା କରି ଆର୍ ଡି ସି କାର୍ଯ୍ୟାଳୟ ସମ୍ମୁଖ କୁ କେନ୍ଦୁପତ୍ର ଉପରୁ ଜୀ ଏସ୍ ଟି ଉଚ୍ଛେଦ ଦାବୀରେ ବିଭିନ୍ନ ପ୍ଲାକାର୍ଡ , ବ୍ୟାନର ସହ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଯାଇଥିଲେ l ସେଠାରେ ଅନୁଷ୍ଠିତ ହୋଇଥିବା ସମାବେଶରେ ସଂଘର ସଭାପତି ବିଜୟ ମହାନ୍ତି ଅଧ୍ୟକ୍ଷତା କରି ଲକ୍ଷ୍ୟ ଲକ୍ଷ୍ୟ ତୋଳାଳୀଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ଶୀଘ୍ର ଜିଏସ୍ଟି ଉଚ୍ଛେଦ ପାଇଁ ଦାବୀ କରିଥିଲେ l ଏହା ସହିତ ସଂଘର ଉପସଭାପତି ଗୋକୁଳ ମେହେର ରାଜ୍ଯ ସମ୍ପାଦକ ଓ ପର୍ଯ୍ୟବେକ୍ଷକ ସଞ୍ଜିତ୍ ମହାନ୍ତି, ସମ୍ପାଦକ ମହମ୍ମଦ୍ ମୃତ୍ୟୁଯl, ଦୀନବନ୍ଧୁ ବେହେରା, କୀର୍ତ୍ତନସେନାପତି, କିଶୋର ପ୍ରଧାନ, ଯୋଗ ବିହାରୀ ପରିଡ଼ା, ପ୍ରଦୀପ ସାହୁ, ମିଲନ ହୋତା, ଭକ୍ତ ମାଝୀ, ଅଶୋକ ମାଝୀ, ରମେଶ ମହାର,ସୁମିତ୍ରା ନାୟକ, କବିତା ଭୋଇ, ତିଳୋତ୍ତମା କମ୍ପା, ପ୍ରମୂଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ଦାବୀ ସହ ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ l କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ ଦିଆଯାଇଥିବା ଦାବିପତ୍ର ରେ ଶତକଡା ୧୮ ଭାଗ ଓ ବିଡି ଉପରେ ଶତକଡା ୨ ଜି ଏସ୍ ଟି ନିଆ ଯିବା ଫଳରେ ଗୋଟିଏ ପ୍ରାକୃତିକ ଓ ପ୍ରସ୍ତୁତ ହେଉଥିବା ବିଡି ରେ ଦୈତ ଟିକସ ଲଗାଇବା ଯୋଗୁଁ ଗତ ଚାରି ବର୍ଷ ମଧ୍ୟରେ କେନ୍ଦୁପତ୍ର ସଂସ୍ଥା ରେ ଲାଭର ମାତ୍ରା ହ୍ରାସ ପାଉଥିବା ଯୋଗୁଁ ଏହି ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୧୨ ଲକ୍ଷ୍ୟ ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ ହେବା ସହ ସେମାନେ ପାଉଥିବା ସାମାଜିକ ନିରାପତ୍ତା ମୂଳକ ପ୍ରୋସାହନ ବନ୍ଦ ହୋଇଯାଇଛି l କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ ସଂଘ ପକ୍ଷରୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାର ଉଚ୍ଛେଦ କିମ୍ବା ହ୍ରାସ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଉଚ୍ଛେଦ ହୋଇନାହିଁ l ଏପରିକି ବିଜେପିର ଗତ ୨୦୧୯ ନିର୍ବାଚନ ଇସ୍ତାହାର ରେ ଏହାର ଉଚ୍ଛେଦ ପାଇଁ ପ୍ରତିଶୃତି ଦିଆଯାଇଥିଲା , କିନ୍ତୁ ଏହାର ଉଚ୍ଛେଦ ନ ହୋଇଥିବାରୁ ଆଜିର ବିକ୍ଷୋଭ ଓ ସମାବେଶ l ଆଗାମୀ ଦିନରେ ଜି ଏସ୍ ଟି ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଥିଲେ l

ଏହା ବ୍ୟତୀତ ଗତ ୩ ଡିସେମ୍ବର ରେ ବିଧାନସଭା ସମ୍ମୁଖରେ ଏକ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ବିଷୟରେ ଦୃଢତା ର ସହ ଚାପ ସ୍ରୁଷ୍ଟି ପାଇଁ ମଧ୍ୟ ଏକ ଦାବିପତ୍ର ଦିଆଯାଇଛି l ଏହା ସହିତ ଆଜି ମଧ୍ଯ ଏକ ସ୍ମାରକ ପତ୍ର ପ୍ରଦାନ କରି କେନ୍ଦୁପତ୍ର ତୋଳାଳୀଙ୍କୁ ଦୁଇ ହଜାର କେରୀକୁ ପୂର୍ବପରି ହଜାରେ କେରୀ କରିବା, ଗ୍ରାମ ସଭା ନାମରେ ଘରୋଇକରଣକୁ ପ୍ରୋତ୍ସାହନ ନ ଦେବା, ସମାଜିକ ନିରାପତ୍ତା ପ୍ରୋତ୍ସାହନ ଯଥା ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତା କୁ ପୁନଃ ପ୍ରଚଳନ କରିବା, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି କରିବା, ସର୍ବନିମ୍ନ ମଜୁରୀ ସଂଶୋଧନ କରିବା ଏବଂ କେନ୍ଦୁପତ୍ର ଦର କୁ ବୃଦ୍ଧି କରିବା ଆଦି ଦାବିରେ ୧୮୨୯୪ ଦସ୍ତଖତ ସମ୍ବଳିତ ଦାବିପତ୍ର ଭାରତର ଅର୍ଥମନ୍ତ୍ରୀ ଙ୍କୁ ଆର୍ ଡି ସି ଙ୍କ ଜରିଆରେ ପ୍ରଦାନ କରାଯାଇଛି l

ଲକ୍ଷ୍ମୀ ମହାପାତ୍ର, ମୋହିତ ନାୟକ, ସୁମିତ ପଟେଲ, ସୁଭେଁନଡୁ ନାୟକ, ଚୁମନ ପ୍ରଧାନ, ଦୁର୍ଯ୍ୟଧନ ମହାନ୍ତି, ବଳରାମ ଦାସ, ନିଖିଲ ବାବୁ, ମଞ୍ଜୁ ଓରାମ୍, ମୋହିତ ଦାସ, ଧୀରଜ ଯାଦବ, ନାରାୟଣ ମହାପାତ୍ର, ବୃନ୍ଦାବନ ମଟlରି ପ୍ରମୁଖ ଶୋଭାଯାତ୍ରା କୁ ପରିଚାଳନା କରିଥିଲେ l

Comments are closed.