୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଆଉ ପାଦେ ଆଗକୁ ବଢିଛି ଓଡିଶା । ଉତ୍ତମ ସେବା ଯୋଗାଇ ଦେବା ସହ ବଢି ଚାଲିଥିବା ସାଇବର ଅପରାଧ ନିୟନ୍ତ୍ରଣ କରିବା ପାଇଁ ବଡ ପଦକ୍ଷେପ ସ୍ୱରୂପ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ଥାନାର ଉଦଘାଟନ କରିବେ । ଏ ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୩ଟି ଉନ୍ନୀତ ଥାନାର ମଧ୍ୟ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.