୧୫୩ ନୂଆ ଓଏଏସ ଅଧିକାରୀଙ୍କୁ ନବୀନ ମନ୍ତ୍ର : ସବୁ ପରିସ୍ଥିତିରେ ଲୋକଙ୍କ ଭରସା ଅତୁଟ ରଖିବାକୁ ପରାମର୍ଶ

ଭୁବନେଶ୍ୱର- କାର୍ଯ୍ୟରେ ଯୋଗ ଦେଇଛନ୍ତି ୧୫୩ ନୂଆ ଓଏଏସ ଅଧିକାରୀ । ନୂଆ ଓଏଏସ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସିଭିଲ ସର୍ଭିସରେ ଯୋଗଦେବା ଏକ ଅନନ୍ୟ ଉଦାହରଣ । ଚାକିରି ନୁହେଁ, ମାତୃଭୂମି ଓ ସାଧାରଣ ଲୋକଙ୍କ ସେବା ହେଉଛି ସିଭିଲି ସର୍ଭିସ । ସବୁ ପରିସ୍ଥିତିରେ ଲୋକଙ୍କ ଭରସା ଅତୁଟ ରଖିବାକୁ ମୁଖ୍ୟମନ୍ତ୍ରୀ ନୂଆ ଓଏଏସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁ ଦାୟିତ୍ୱ ମିଳିଛି, ତାକୁ ସୁଚାରୂ ରୂପେ ସଂପାଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ସ୍ୱାର୍ଥ ଓ ଭରସା ଅତୁଟ ରଖିବାକୁ ହେବ ବୋଲି ଯୁବ ଅଧିକାରୀଙ୍କୁ କହିଛନ୍ତି ନବୀନ । ଏହି ଅବସରରେ ସରକାରୀ ଇ-ଡାଏରୀର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋବାଇଲରେ ଏହି ଇ-ଡାଏରୀ ଉପଲବ୍ଧ ହେବ ।

Comments are closed.