ବାଘୁଣୀ ଖଇରିକୁ ଘରେ ପାଳିଥିବା ମହିଳା ନିହାର ନଳିନୀଙ୍କ ଦେହାନ୍ତ

କଟକ- ବାଘୁଣୀ ଖଇରିକୁ ଘରେ ଲାଳନପାଳନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଛି । କଟକ ସହର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ଆଖି ବୁଜିଛନ୍ତି ନିହାରୀ ନଳିନୀ । ତାଙ୍କୁ ୮୮ ବର୍ଷ ହୋଇଥିଲା । ୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ । ଦିନେ ନିହାର ନଳିନୀ ସ୍ୱାମୀଙ୍କ ସହ ବୁଲୁଥିବା ବେଳେ ଖଇରା ନଦୀ କୂଳରୁ ଏକ ବାଘ ଛୁଆ ପାଇ ଘରକୁ ନେଇଥିଲେ । ଦୀର୍ଘ ୭ ବର୍ଷ ଧରି ବାଘକୁ ନିଜ ପିଲା ଭଳି ଲାଳନ ପାଳନ କରିଥିଲେ । ବାଘର ନାଁ ରଖିଥିଲେ ଖଇରୀ । ୧୯୮୧ ମସିହାରେ ଖଇରୀର ମୃତ୍ୟୁ ହେଲା ପରେ ନଳିନୀଙ୍କ ସ୍ୱାମୀଙ୍କର ବି ଦେହାନ୍ତ ହୋଇଯାଇଥିଲା । ଏହାପରେ ନଳିନୀ ବୃଦ୍ଧାଶ୍ରମକୁ ଚାଲି ଆସିଥିଲେ । ସାରା ଜୀବନ ସେ ଖଇରୀକୁ ଭୁଲି ପାରି ନ ଥିଲେ । ଗତକାଲି ସେ ଖାଇ ସାରି ଶୋଇ ପଡିଥିଲେ । କିନ୍ତୁ ଆଉ ଉଠି ନ ଥିଲେ ।

Comments are closed.