ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂସଲ

କଟକ- ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ କୁମାର ବଂସଲ । ସେ ଅଭୟଙ୍କଠାରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ନୂଆ ଡିଜିପି ଭାବେ ସୁନୀଲ ବଂସଲଙ୍କ ଡିସେମ୍ବର ୧୫ ତାରିଖରେ ନିଯୁକ୍ତି ଦିଆଯାଇଥିଲା । ୧୯୮୭ ବ୍ୟାଚ୍ ଆଇପିଏସ ଅଫିସର ସୁନୀଲ ବଂସଲ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ଗତ ୨୭ ତାରିଖରେ ତାଙ୍କୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଡେପୁଟେସନରୁ ମୁକ୍ତ କରିଥିଲେ ।

ଆଇପିଏସ ସୁନୀଲ ବଂସଲ ମୟୂରଭଞ୍ଜ ଜିଲ୍ଲା ଏସପି ଭାବେ କାର୍ଯ୍ୟ କରିସାରିଛନ୍ତି । ଏହାପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ୨୭ ବର୍ଷରୁ ଅଧିକ ସମୟ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ୧୯୮୮ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ହୋଇଥିଲେ ସୁନୀସ ବଂସଲ ।

Comments are closed.